Posts

ଏବେ ଘରେ ବସି ବଦଳାନ୍ତୁ ଆପଣଙ୍କ SBI ବ୍ୟାଙ୍କ ଖାତାରୁ ରେଜିଷ୍ଟର ହୋଇଥିବା ମୋବାଇଲ ନମ୍ବର, ଏଠାରେ ଦେଖନ୍ତୁ ସ୍ଟେପ୍ ବାଇ ସ୍ଟେପ୍ ପୁରା ପ୍ରୋସେସ ।

Image
  ଆ ପଣ ଯଦି ଜଣେ SBI ଗ୍ରାହକ ତେବେ ଆପଣଙ୍କୁ ଆଉ ଆପଣଙ୍କର  ରେଜିଷ୍ଟର ମୋବାଇଲ ନମ୍ବର ବଦଳେଇବାକୁ ଘରୁ ବାହାରି ବ୍ୟାଙ୍କ ଶାଖା କୁ ଯିବା ଆବଶ୍ୟକ ନାହିଁ। ଆପଣ ଘରେ ବସି ଆପଣଙ୍କର ମୋବାଇଲ କିମ୍ବା ଲ୍ୟାପଟପ ଜରିଆରେ ବଦଳେଇପାରିବେ ଆପଣଙ୍କର ରେଜିଷ୍ଟର ମୋବାଇଲ ନମ୍ବର। କରୋନା ମହାମାରୀର ଦ୍ଵିତୀୟ ଲହର ଅତ୍ୟନ୍ତ ବିପଦଜନକ ସାବ୍ୟସ୍ତ ହେଉଛି, ସେଥିପାଇଁ ଲୋକମାନେ ଘରୁ ବାହାରକୁ ବହୁତ କମ ବାହାରିବାକୁ ଚାହୁଁଛନ୍ତି। ଏହାକୁ ଦୃଷ୍ଟିରେ ରଖି SBI ନିଜର ଗ୍ରାହକଙ୍କୁ ଅନଲାଇନ ଜରିଆରେ ନିଜର ସେବାଗୁଡିକୁ ଯୋଗାଇଦେଉଛି ।  ତେବେ ଚାଲନ୍ତୁ ପୁରା ସ୍ଟେପ୍ ୱାଇଜ ଜାଣିବା ଆପଣ କିପରି ବିନା ଘରୁ ବାହାରି ପାର୍ଶନାଲ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଜରିଆରେ ବଦଳେଇପାରିବେ ଆପଣଙ୍କ ଖାତାର ରେଜିଷ୍ଟର ମୋବାଇଲ ନମ୍ବରକୁ।     👉 ନୂଆ ମୋବାଇଲ ନମ୍ବରକୁ ରେଜିଷ୍ଟର କରିବାର ସ୍ଟେପ୍ ୱାଇଜ ପ୍ରୋସେସ ।  ଆପଣଙ୍କ SBI ଖାତାରେ ଲଗ ଇନ କରନ୍ତୁ।   ପ୍ରୋଫାଇଲ ଟ୍ୟାବକୁ ଯାଇ ପର୍ଶନାଲ ଡିଟେଲସ ଉପରେ କ୍ଲିକ କରନ୍ତୁ।  ପ୍ରୋଫାଇଲ ପାସୱାର୍ଡ ଭରନ୍ତୁ। ଏଠାରେ ଆପଣଙ୍କର ନାମ, ଇ-ମେଲ ଆଇଡି, ଆଉ ଇଣ୍ଟର୍ନେଟ ବ୍ୟାଂକିଙ୍ଗ ରେ ରେଜିଷ୍ଟର ମୋବାଇଲ ନମ୍ବର ଡ଼ିସପ୍ଲେ ହେବ।   'Change Mobile Number-Domestic only (Through OTP/ATM/Contact Centre)' ଉପରେ କ୍ଲିକ କରନ୍ତୁ।...

ଆପଣଙ୍କ ପାଖରେ ଥିବା ୨୦୦୦ ଟଙ୍କିଆ ନୋଟ ନକଲି ନୁହେଁ ତ ? କେମିତି କରିବେ ଚେକ।

Image
++                     ଭା ରତୀୟ ମୁଦ୍ରାରେ ୨୦୦୦ ଟଙ୍କିଆ ନୋଟ ସବୁଠାରୁ ବଡ ନୋଟ। ବଡ ନୋଟ ର ବ୍ୟବହାରରେ ଯେତିକି ସୁବିଧା ଥାଏ, ସେତିକି ମଧ୍ୟ ରହିଥାଏ ରିସ୍କ। କାରଣ ଯଦି ଭୁଲ ବଶତଃ କିମ୍ବା ଅସତର୍କତା କାରଣରୁ ଆପଣଙ୍କ ପାଖକୁ ଚାଲିଆସେ କିଛିଟା ୨୦୦୦ ଟଙ୍କିଆ ନୋଟ, ତେବେ ଚିନ୍ତା କରନ୍ତୁ ଆପଣ କେତେ ବଡ କ୍ଷତିର ସମ୍ମୁଖିନ ହୋଇପାରନ୍ତି। ସେଥିପାଇଁ ଆପଣଙ୍କର ସତର୍କତା ଏବଂ ନୋଟ ବିଷୟରେ ସାମାନ୍ୟ ଜ୍ଞାନ ଆପଣଙ୍କୁ ଏହି କ୍ଷତି ରୁ ରକ୍ଷା କରିପାରିବ।      ତେବେ ଚାଲନ୍ତୁ ଜାଣିବା୨୦୦୦ଟଙ୍କିଆ ନୋଟର ମହତ୍ୱପୂର୍ଣ ଏବଂ ମୁଖ୍ୟ ବିଶେଷତା :- *. ନୂଆ ନୋଟ ର ପ୍ରମୁଖ ବିଶେଷତା ହେଲା ଏହାର ସାଇଜ। ନୂଆ ନୋଟ ର ସାଇଜ ପୁରୁଣା ନୋଟ ର ତୁଳନା ରେ ଟିକେ ଛୋଟ ଅଟେ, ଯାହାର ସାଇଜ 66mm  × 160mm। ଏବଂ ଏହାର ରଙ୍ଗ ମେଯେଣ୍ଟା ବା ଗାଢ ଗୋଲାପି ରଙ୍ଗର ହୋଇଥାଏ।  * 2000 ନୋଟର ସାମନା ଭାଗର ବାମ ପଟେ ସି ଥ୍ରୁ ରେଜିଷ୍ଟର ରେ 2000 ଟଙ୍କା ଲେଖା ଯାଇଛି। ଆଇଡେନଟିଫିକେଶନ ମାର୍କ ର ଉପରେ ଦେଖାଯାଉଥିବା ଫୁଲପରି ଆକୃତିଟି ସି ଥ୍ରୁ ରେଜିଷ୍ଟର ଅଟେ। 2000 ଟଙ୍କିଆ ନୋଟକୁ ଆଲୋକ ସାମ୍ନାରେ ରଖିଲେ ଏହି ଫୁଲପରି ଆକୃତି ବଦଳରେ ଏହାର ଭ୍ୟାଲୁ ଦେଖାଯାଇଥାଏ। * ଏହି ନୋଟକୁ ଆଖି ସାମ୍ନାରେ 45 ଡିଗ୍ରୀ କୋଣ କରି ଧରିଲେ 2000ଟଙ୍କା ...

ଆଜି ଠାରୁ ଲାଗୁହେବ INCOME tAX ର ଏହି ନୂଆ ନିୟମ। ଜାଣନ୍ତୁ ପୂର୍ବ ବର୍ଷ ଅପେକ୍ଷା ଏଥିରେ କଣ ହୋଇଛି ପରିବର୍ତନ।

Image
  ପ୍ର ତ୍ୟକ ବିତ୍ତୀୟ ବର୍ଷ ଆପ୍ରେଲ ୧ ରୁ ଆରମ୍ଭ ହୋଇଥାଏ ଏବଂ ପ୍ରତି ବର୍ଷ ର ବିତ୍ତୀୟ ଯୋଜନାରେ ପୂର୍ବ ବର୍ଷ ଅପେକ୍ଷା କିଛି ନା  କିଛି ପରିବର୍ତନ ହୋଇଥାଏ। ଏହି ବର୍ଷ କେନ୍ଦ୍ରୀୟ ବିତ୍ତ ମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ରୀୟ ବଜେଟ ୨୦୨୧(Budget-2021) ପାରିତ କରି ଏଥିରେ ହୋଇଥିବା ପରିବର୍ତନ ବିଷୟରେ ଘୋଷଣା କରିଥିଲେ। ଏହି ପରିବର୍ତନ ଆଜି ଠାରୁ ଲାଗୁ ହେବାକୁ ଯାଉଛି, ଯାହାର ସିଧା ପ୍ରଭାବ ସାଧାରଣ ଜନତାଙ୍କ ଉପରେ ମଧ୍ୟ ପଡିବ। ତେବେ ଚାଲନ୍ତୁ  ଜାଣିବା କଣ ହେଇଛି ଏହି ବିତ୍ତୀୟ ବର୍ଷ ରେ ପରିବର୍ତନ ।       ୧. ITR ଫାଇଲିଂ ଉପରେ ରହିବ ଅଧିକ ଗୁରୁତ୍ଵ :- କେନ୍ଦ୍ର ସରକାର ଏଥର ଇନକମ ଟ୍ୟାକ୍ସ ଆକ୍ଟ ରେ ସେକ୍ସନ 206AB କୁ ଯୋଡି ଦେଇଛନ୍ତି। ଏହି ନୂଆ ନିୟମ ଅନୁସାରେ ଯଦି କେହି  ITR ଫାଇଲିଂ କରୁନାହାନ୍ତି, ତେବେ ତାଙ୍କୁ ଦୁଇ ଗୁଣ ଅଧିକ TDS ଦେବାକୁ ପଡିବ।       ୨. ନୂଆ କର ବ୍ୟବସ୍ଥା ବାଛିବାର ବିକଳ୍ପ(New Income Tax Regime) :-  ଗତ ବର୍ଷ ବଜେଟ ୨୦୨୦ ରେ କେନ୍ଦ୍ର ସରକାର ନୂଆ କର ବ୍ୟବସ୍ଥା ପ୍ରଣୟନ କରିଥିଲେ ଯାହା 1ଅପ୍ରେଲ ରୁ ଆରମ୍ଭ ହେଉଥିବା ଏହି ନୂଆ ବିତ୍ତବର୍ଷ ରୁ ପ୍ରଭାବୀ ହୋଇଯିବ।  ନୂଆ କର ବ୍ୟବସ୍ଥା ରେ କୌଣସି ଛାଡ ମିଳିବ ନାହିଁ। ମାତ୍ର କରଦାତା ଙ୍କ ପାଖରେ ପୁରୁଣା କର ବ୍ୟବସ୍ଥା ଅନୁସାରେ କର ଦେବାର ବିକଳ...

ହୋଲିରେ ଲାଗିଯାଇଛି କି ଆପଣଙ୍କ ବ୍ୟାଙ୍କ ନୋଟ ରେ ରଙ୍ଗ। ଟେନସନ ନିଅନ୍ତୁନି, ଜାଣନ୍ତୁ କଣ କହୁଛି RBI ର ନିୟମ।

Image
                  ହୋ ଲି ଖେଳିବା ସମୟରେ ବେଳେବେଳେ ପକେଟରେ ଥିବା ନୋଟ ଉପରେ ଧ୍ୟାନ ରହେନାହିଁ , ଯାହାଫଳରେ ନୋଟ ରେ ରଙ୍ଗ ଲାଗିଯାଏ କିମ୍ବା ଖରାପ ହୋଇଯାଏ। ରଙ୍ଗଲଗା ନୋଟ ବଜାରରେ ଚାଲିବା ଟିକେ କଷ୍ଟ ହୋଇଯାଏ, କାହିଁକି ନା ପ୍ରାୟ ଦୋକାନରେ ଏହିଭଳି ନୋଟ ନେବାକୁ ମନାକରିଦେଇଥାନ୍ତି। ତେବେ କଣ ହେବ ଯଦି ହୋଲି ଖେଳିବା ସମୟରେ ଆପଣଙ୍କର ବ୍ୟାଙ୍କ ନୋଟ ରେ ରଙ୍ଗ ଲାଗିଯାଏ ତ? କଣ ବ୍ୟାଙ୍କ ନୋଟରେ ଲାଗିଥିବା ରଙ୍ଗ କୁ ଛଡେଇ ହୋଇପାରିବ? ଆଉ ଯଦି ରଙ୍ଗ ନଛାଡ଼େ ତ କଣ ଆପଣଙ୍କ ନୋଟ କୁ ବ୍ୟାଙ୍କ ଆଉ ନେବନି? ତେବେ ଚାଲନ୍ତୁ  ଜାଣିବା ଏଥିପାଇଁ କଣ ଅଛି RBI ର ନିୟମ ।    ରଙ୍ଗ ଲଗା ନୋଟ କଣ ହେବ ?           ଭାରତୀୟ ରିଜର୍ଭ   ବ୍ୟାଙ୍କ ଅନୁସାରେ, କୌଣସି ବ୍ୟାଙ୍କ ରଙ୍ଗ ଲଗା ନୋଟ ନେବାକୁ ମନା କରିପାରିବେ ନାହିଁ । ମାତ୍ର ଆରବିଆଇ ଏଥି ସହିତ  ଜାଣିଶୁଣି କୌଣସି ନୋଟ କୁ ଖରାପ ନକରିବା ପାଇଁ  ସୁଚାଇ ଦେଇଛନ୍ତି ।  କଣ ରହିଛି RBI ର ନିୟମ।            ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ର ନିର୍ଦେଶନାମା ଅନୁସାରେ ଦେଶର ସମସ୍ତ ବ୍ୟାଙ୍କ ପୁରୁଣା, ଫଟା, ଚିରା ନୋଟ କୁ ନେବାକୁ ବାଧ୍ୟ ମାତ୍ର ଏହି ସର୍ତରେ କି ଏହା ନକଲି ନୋଟ ନହୋଇଥିବା ଦରକାର।  ଏଥି ...

୧ ଅପ୍ରେଲ ରୁ ଆୟକର ଭରିବାର ନୂଆ ନିୟମ, ଏବେ ଖସିପାରିବେନି ଟ୍ୟାକ୍ସ ଚୋର।

Image
 କରୋନା ମହାମାରୀ କାରଣରୁ ବିତ୍ତୀୟବର୍ଷ ୨୦୧୯-୨୦ ର ସଂଶୋଧିତ ବା ବିଳମ୍ବିତ ITR ଭରିବାର ମିୟାଦି ବଢେଇ ଦିଆଯାଇଛି ।   କେନ୍ଦ୍ରସରକାର ବିତ୍ତବିଧେୟକ ୨୦୨୧ ଆଧାରରେ ନିୟମରେ ପରିବର୍ତନ କରିଛନ୍ତି। ଏହି ନିୟମ ଅନୁସାରେ ଯଦି ଆପଣ ବିଳମ୍ବରେ ଆୟକର  ରିଟର୍ଣ୍ଣ ଭରୁଛନ୍ତି ତେବେ ୧ ଅପ୍ରେଲ ୨୦୨୧ ପରଠାରୁ ଅଧିକ ବିଳମ୍ବ ଶୁଳ୍କ ଦେବାକୁ ପଡିବ। ଚଳିତ ଆୟକର ନିୟମ ଅନୁସାରେ କରଦାତା ଆକଳନ ବର୍ଷ (assessme nt year) ର ରିଟର୍ଣ୍ଣ ମାର୍ଚ୍ଚ ସୁଦ୍ଧା ଭରିବା ପାଇଁ ସ୍ଵତନ୍ତ୍ର ଥିଲେ। ମାତ୍ର ଏହା ପରଠାରୁ ଡିସେମ୍ବର ମାସ ସୁଦ୍ଧା ଭରିଲେ ୫୦୦୦ ଟଙ୍କା ଶୁଳ୍କ ଏବଂ ପରବର୍ତ୍ତୀ ମାର୍ଚ୍ଚ ଶେଷ ସୁଦ୍ଧା ଭରିବା ଉପରେ ୧୦୦୦୦ ଟଙ୍କାର ଶୁଳ୍କ ଦେବାକୁ ପଡୁଥିଲା। କିନ୍ତୁ ଅପ୍ରେଲ ପରଠାରୁ ଏହି ସୁବିଧା ଶେଷ ହେବାକୁ ଯାଉଛି। କରଦାତାଙ୍କୁ ୧୦୦୦୦ ଟଙ୍କା ଦେଇ ବିତ୍ତବର୍ଷ ର ରିଟର୍ଣ୍ଣ ଭରିବାର ସୁବିଧା ମାର୍ଚ୍ଚ ଯାଏ ଆଉ ରହିବନି , ଏହି ସୁବିଧା ଡିସେମ୍ବର ପରେ ହିଁ ସରିଯିବ। ଏହି ଅବଧି ପର୍ଯନ୍ତ ଶୁଳ୍କ ୫୦୦୦ ଟଙ୍କା ହେବ। ମାତ୍ର ଯଦି ଆପଣଙ୍କ ଆୟ ପାଞ୍ଚ ଲକ୍ଷ ଟଙ୍କା ପର୍ଯନ୍ତ ଅଛି, ତେବେ ଆପଣଙ୍କୁ ୧୦୦୦ ଟଙ୍କା ଶୁଳ୍କ ଦେବାକୁ ହେବ। କର ବିଶେଷଜ୍ଞଙ୍କ ଅନୁସାରେ ଏହି ପଦକ୍ଷେପ ରିଫଣ୍ଡ ପ୍ରକ୍ରିୟାକୁ ଜଲ୍ଦି ତ୍ଵରାନ୍ୱିତ କରିବା ପାଇଁ ଉଠାଯାଇଛି। ଆୟକର ବିଭାଗ ଏହି ଦିଗରେ କିଛି ପରିବର୍ତନ ମଧ...