ଏବେ ଘରେ ବସି ବଦଳାନ୍ତୁ ଆପଣଙ୍କ SBI ବ୍ୟାଙ୍କ ଖାତାରୁ ରେଜିଷ୍ଟର ହୋଇଥିବା ମୋବାଇଲ ନମ୍ବର, ଏଠାରେ ଦେଖନ୍ତୁ ସ୍ଟେପ୍ ବାଇ ସ୍ଟେପ୍ ପୁରା ପ୍ରୋସେସ ।

 


ପଣ ଯଦି ଜଣେ SBI ଗ୍ରାହକ ତେବେ ଆପଣଙ୍କୁ ଆଉ ଆପଣଙ୍କର  ରେଜିଷ୍ଟର ମୋବାଇଲ ନମ୍ବର ବଦଳେଇବାକୁ ଘରୁ ବାହାରି ବ୍ୟାଙ୍କ ଶାଖା କୁ ଯିବା ଆବଶ୍ୟକ ନାହିଁ। ଆପଣ ଘରେ ବସି ଆପଣଙ୍କର ମୋବାଇଲ କିମ୍ବା ଲ୍ୟାପଟପ ଜରିଆରେ ବଦଳେଇପାରିବେ ଆପଣଙ୍କର ରେଜିଷ୍ଟର ମୋବାଇଲ ନମ୍ବର। କରୋନା ମହାମାରୀର ଦ୍ଵିତୀୟ ଲହର ଅତ୍ୟନ୍ତ ବିପଦଜନକ ସାବ୍ୟସ୍ତ ହେଉଛି, ସେଥିପାଇଁ ଲୋକମାନେ ଘରୁ ବାହାରକୁ ବହୁତ କମ ବାହାରିବାକୁ ଚାହୁଁଛନ୍ତି। ଏହାକୁ ଦୃଷ୍ଟିରେ ରଖି SBI ନିଜର ଗ୍ରାହକଙ୍କୁ ଅନଲାଇନ ଜରିଆରେ ନିଜର ସେବାଗୁଡିକୁ ଯୋଗାଇଦେଉଛି ।  ତେବେ ଚାଲନ୍ତୁ ପୁରା ସ୍ଟେପ୍ ୱାଇଜ ଜାଣିବା ଆପଣ କିପରି ବିନା ଘରୁ ବାହାରି ପାର୍ଶନାଲ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଜରିଆରେ ବଦଳେଇପାରିବେ ଆପଣଙ୍କ ଖାତାର ରେଜିଷ୍ଟର ମୋବାଇଲ ନମ୍ବରକୁ। 

   👉ନୂଆ ମୋବାଇଲ ନମ୍ବରକୁ ରେଜିଷ୍ଟର କରିବାର ସ୍ଟେପ୍ ୱାଇଜ ପ୍ରୋସେସ। 

  • ଆପଣଙ୍କ SBI ଖାତାରେ ଲଗ ଇନ କରନ୍ତୁ। 
  •  ପ୍ରୋଫାଇଲ ଟ୍ୟାବକୁ ଯାଇ ପର୍ଶନାଲ ଡିଟେଲସ ଉପରେ କ୍ଲିକ କରନ୍ତୁ। 
  • ପ୍ରୋଫାଇଲ ପାସୱାର୍ଡ ଭରନ୍ତୁ। ଏଠାରେ ଆପଣଙ୍କର ନାମ, ଇ-ମେଲ ଆଇଡି, ଆଉ ଇଣ୍ଟର୍ନେଟ ବ୍ୟାଂକିଙ୍ଗ ରେ ରେଜିଷ୍ଟର ମୋବାଇଲ ନମ୍ବର ଡ଼ିସପ୍ଲେ ହେବ। 
  •  'Change Mobile Number-Domestic only (Through OTP/ATM/Contact Centre)' ଉପରେ କ୍ଲିକ କରନ୍ତୁ। 
  • ଗୋଟେ ନୂଆ ସ୍କ୍ରିନ ଖୋଲିବ ଯାହାର ତିନୋଟି ଟ୍ୟାବ ଥିବ , କ୍ରିଏଟ ରିକ୍ଵେଷ୍ଟ, କ୍ୟାନସଲ ରିକ୍ଵେଷ୍ଟ, ଏବଂ ଷ୍ଟେଟସ। 
  • ନୂଆ ମୋବାଇଲ ନମ୍ବର ଭରନ୍ତୁ ଏବଂ ଏହାକୁ ଆଉଥରେ ଭରି submit ରେ କ୍ଲିକ କରନ୍ତୁ। 
  • ତାପରେ ଆପଣଙ୍କ ସ୍କ୍ରିନରେ ଗୋଟେ ପପ୍ ଅପ୍  ମେସେଜ ଆସିବ ଯେଉଥିରେ ଆପଣଙ୍କୁ ନୂଆ ମୋବାଇଲ ନମ୍ବର କୁ ଭେରିଫାଇ କରିବାପାଇଁ କୁହାଯିବ, 'ok' ଉପରେ କ୍ଲିକ କରନ୍ତୁ। 
  • ଗୋଟେ ନୂଆ ସ୍କ୍ରିନ ଖୋଲିବ ଯେଉଥିରେ ମୋବାଇଲ ନମ୍ବର କୁ ଯାଞ୍ଚ କରିବା ପାଇଁ ତିନୋଟି ବିକଳ୍ପ ଜରିଆରେ ଭେରିଫିକେଶନ କରିବା ର ବିକଳ୍ପ ଆସିବ। 
  1. ଦୁଇଟା ମୋବାଇଲ ନମ୍ବର ରେ OTP ଦ୍ଵାରା 
  2. IRATA: ATM ଦ୍ଵାରା ଇଣ୍ଟର୍ନେଟ ବ୍ୟାଂକିଙ୍ଗ ରିକ୍ଵେଷ୍ଟ ଆପୃଭାଲ
  3. contact centre  ଦ୍ଵାରା approval 
👉ଦୁଇ ମୋବାଇଲ ନମ୍ବର ରେ OTP ଜରିଆରେ ଭେରିଫିକଶନ

  • ଯଦି ଆପଣ OTP on both the Mobile Number ର ବିକଳ୍ପ ବାଛିଛନ୍ତି ତେବେ ଆପଣଙ୍କ ପାଖରେ ନୂଆ ଓ ପୁରୁଣା ଦୁଇଟା ନମ୍ବର ରହିବା ଜରୁରୀ। Proceed ଉପରେ କ୍ଲିକ କରନ୍ତୁ। 
  • ଯେଉ ଖାତା ର ଡେବିଟ କାର୍ଡ ଆପଣଙ୍କ ପାଖରେ ଅଛି ସେହି ଆକାଉଣ୍ଟ ବାଛନ୍ତୁ। 
  • ଏସବିଆଇ ର ଏଟିଏମ କାର୍ଡ ଭ୍ୟାଲିଡେସନ ସ୍କ୍ରିନ କୁ ପେଜ ରିଡାଇରେକ୍ଟ ହୋଇଯିବ। ଏଠାରେ ଖାତା ସହ ସମ୍ପୃକ୍ତ ସମସ୍ତ ଏଟିଏମ କାର୍ଡ ଦେଖିହେବ, ଏପରିକି ସେ ନିଷ୍କ୍ରିୟ ହୋଇଥାଉ ନା କାହିଁକି। 
  • ସକ୍ରିୟ ଏଟିଏମ କାର୍ଡ ବାଛନ୍ତୁ ଏବଂ କନଫର୍ମ ଉପରେ କ୍ଲିକ କରନ୍ତୁ 
  • ପରବର୍ତୀ ସ୍କ୍ରିନ ରେ ବଛାଯାଇଥିବା ଏଟିଏମ କାର୍ଡର ନମ୍ବର ଦେଖେଇବ। 
  • ପିନ ସହ କାର୍ଡ ର ଡିଟେଲସ ଭରିକି ଏକ ଟେକ୍ସଟ୍ ବକ୍ସ ରେ ଦିଆଯାଇଥିବା ଟେକ୍ସଟ୍ କୁ ନିର୍ଦ୍ଧାରିତ ବକ୍ସରେ ଭରନ୍ତୁ ଏବଂ Proceed ଉପରେ କ୍ଲିକ କରନ୍ତୁ।
  • ସଫଳତା ପୂର୍ବକ ଭ୍ୟାଲିଡେଟ୍ ହେବାପରେ ପୁରୁଣା ଏବଂ ନୂଆ ଉଭୟ ନମ୍ବରରେ ଓଟିପି ଯିବ। 
  • ଏହାପରେ ଚାରି ଘଣ୍ଟା ମଧ୍ୟରେ ଦୁଇଟା ମୋବାଇଲ ନମ୍ବର ରୁ ACTIVATE< 8 digit OTP> <13 ଅଙ୍କ ବିଶିଷ୍ଠ ରିଫରେନ୍ସ ନମ୍ବର> ଟାଇପ କରି 567676 ନମ୍ବରରେ SMS କରିବାକୁ ହେବ। ଉଦାହରଣ ସ୍ୱରୂପ ACTIVATE 12345678 UM35091322312 ଟାଇପ କରି 567676 ନମ୍ବରେ ଏସଏମଏସ କରିବାକୁ ହେବ  
  • ଓଟିପି ଏବଂ ରିଫରେନ୍ସ ନମ୍ବର ଭ୍ୟାଲିଡେଟ ହେବା ପରେ ନୂଆ ମୋବାଇଲ ନମ୍ବର ଆକ୍ଟିଭେଟ ହୋଇଯିବ ଏବଂ ଆପଣଙ୍କ  ନମ୍ବରକୁ ଏସଏମଏସ ଆସିଯିବ। 
👉 IRATA: ଏଟିଏମ୍ ମାଧ୍ୟମରେ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଅନୁରୋଧ ଅନୁମୋଦନ

  • ଯଦି ଆପଣ IRATA: Interner Banking Request Approval Through ATM ରେ କ୍ଲିକ କରିଛନ୍ତି ତେବେ ଏହାପରେ  Proceed ଉପରେ କ୍ଲିକ କରନ୍ତୁ। 
  • ଯେଉଁ ଆକାଉଣ୍ଟ ର ଆପଣଙ୍କ ପାଖରେ ଡେବିଟ କାର୍ଡ ଅଛି, ତାକୁ ସିଲେକ୍ଟ କରି Proceed ଉପରେ କ୍ଲିକ କରନ୍ତୁ। 
  • ଏସବିଆଇ ର ଏଟିଏମ କାର୍ଡ ଭ୍ୟାଲିଡେସନ ସ୍କ୍ରିନ କୁ ପେଜ ରିଡାଇରେକ୍ଟ ହୋଇଯିବ। ଏଠାରେ ଖାତା ସହ ସମ୍ପୃକ୍ତ ସମସ୍ତ ଏଟିଏମ କାର୍ଡ ଦେଖିହେବ, ଏପରିକି ସେ ନିଷ୍କ୍ରିୟ ହୋଇଥାଉ ନା କାହିଁକି। 
  • ସକ୍ରିୟ ଏଟିଏମ କାର୍ଡ ବାଛନ୍ତୁ ଏବଂ କନଫର୍ମ ଉପରେ କ୍ଲିକ କରନ୍ତୁ 
  • ପରବର୍ତୀ ସ୍କ୍ରିନ ରେ ବଛାଯାଇଥିବା ଏଟିଏମ କାର୍ଡର ନମ୍ବର ଦେଖେଇବ।
  • ପିନ ସହ କାର୍ଡ ର ଡିଟେଲସ ଭରିକି ଏକ ଟେକ୍ସଟ୍ ବକ୍ସ ରେ ଦିଆଯାଇଥିବା ଟେକ୍ସଟ୍ କୁ ନିର୍ଦ୍ଧାରିତ ବକ୍ସରେ ଭରନ୍ତୁ ଏବଂ Proceed ଉପରେ କ୍ଲିକ କରନ୍ତୁ।
  • ସଫଳତା ପୂର୍ବକ ଭ୍ୟାଲିଡେଟ ହେବା ପରେ ସ୍କ୍ରିନ ରେ ଆସିଯିବ କି ମୋବାଇଲ ନମ୍ବର ରେଜିଷ୍ଟର ହୋଇଯାଇଛି କିନ୍ତୁ request ଏବେ ପେଣ୍ଡିଂ ଅଛି। ଗୋଟେ ଏସଏମଏସ ମଧ୍ୟ ଆସିବ ଯେଉଁଥିରେ ରିଫରେନ୍ସ ନମ୍ବର ଥିବ। 
  • ଏବେ ନିକଟସ୍ଥ କୌଣସି ଷ୍ଟେଟ ବ୍ୟାଙ୍କ ଗୃପ ଏଟିଏମ କୁ ଯାଇ ଆପଣଙ୍କର ଏଟିଏମ କାର୍ଡକୁ ସ୍ୱାଇପ କରନ୍ତୁ ଏବଂ services ଟ୍ୟାବକୁ ସିଲେକ୍ଟ କରି ପିନ ଭରନ୍ତୁ। 
  • 'Others' ଟ୍ୟାବ କୁ ସିଲେକ୍ଟ କରି   'Internet Banking Request Approval' ଉପରେ କ୍ଲିକ କରନ୍ତୁ। 
  • 10 ଅଙ୍କ ବିଶିଷ୍ଠ ରିଫରେନ୍ସ ନମ୍ବର ଭରନ୍ତୁ । 
  • ପ୍ରୋସେସ ପୁରା ହେବା ପରେ ମୋବାଇଲ ନମ୍ବରରେ change  request ପୁରା ହୋଇଯିବ। ଏହାସହ ସମ୍ପୃକ୍ତ ଏକ ମେସେଜ ମୋବାଇଲ ରେ ଆସିଯିବ। 
👉Contact Center ଜରିଆରେ ଆପୃଭାଲ 
  • ଯଦି ଆପଣ Approval Through Contact Centre ରେ କ୍ଲିକ କରିଛନ୍ତି ତେବେ ଏହାପରେ  Proceed ଉପରେ କ୍ଲିକ କରି ସେହି ଆକାଉଣ୍ଟ ବାଛନ୍ତୁ ଯାହାର ଡେବିଟ କାର୍ଡ ଆପଣଙ୍କ ପାଖରେ ଅଛି। 
  • Proceed ଉପରେ କ୍ଲିକ କରନ୍ତୁ। 
  • ଏସବିଆଇ ର ଏଟିଏମ କାର୍ଡ ଭ୍ୟାଲିଡେସନ ସ୍କ୍ରିନ କୁ ପେଜ ରିଡାଇରେକ୍ଟ ହୋଇଯିବ। ଏଠାରେ ଖାତା ସହ ସମ୍ପୃକ୍ତ ସମସ୍ତ ଏଟିଏମ କାର୍ଡ ଦେଖିହେବ, ଏପରିକି ସେ ନିଷ୍କ୍ରିୟ ହୋଇଥାଉ ନା କାହିଁକି। 
  • ସକ୍ରିୟ ଏଟିଏମ କାର୍ଡ ବାଛନ୍ତୁ ଏବଂ କନଫର୍ମ ଉପରେ କ୍ଲିକ କରନ୍ତୁ । 
  • ପରବର୍ତୀ ସ୍କ୍ରିନ ରେ ବଛାଯାଇଥିବା ଏଟିଏମ କାର୍ଡର ନମ୍ବର ଦେଖେଇବ।
  • ପିନ ସହ କାର୍ଡ ର ଡିଟେଲସ ଭରିକି ଏକ ଟେକ୍ସଟ୍ ବକ୍ସ ରେ ଦିଆଯାଇଥିବା ଟେକ୍ସଟ୍ କୁ ନିର୍ଦ୍ଧାରିତ ବକ୍ସରେ ଭରନ୍ତୁ ଏବଂ Proceed ଉପରେ କ୍ଲିକ କରନ୍ତୁ।
  • ସଫଳତା ପୂର୍ବକ ଭ୍ୟାଲିଡେଟ ହେବା ପରେ ସ୍କ୍ରିନ ରେ ଆସିଯିବ କି ମୋବାଇଲ ନମ୍ବର ରେଜିଷ୍ଟର ହୋଇଯାଇଛି କିନ୍ତୁ request ଏବେ ପେଣ୍ଡିଂ ଅଛି। ଗୋଟେ ଏସଏମଏସ ମଧ୍ୟ ଆସିବ ଯେଉଁଥିରେ ରିଫରେନ୍ସ ନମ୍ବର ଥିବ। 
  • ବ୍ୟାଙ୍କ ର Contact Centre 3 working days ଭିତରେ ଆପଣଙ୍କର ନୂଆ ମୋବାଇଲ ନମ୍ବର ରେ ସମ୍ପର୍କ କରିବ । 
  • Contact Centre ପର୍ସନ୍ ଙ୍କ ସହ କୌଣସି ବ୍ୟକ୍ତିଗତ ସୂଚନା ସେୟାର କରିବା ପୂର୍ବରୁ ରିଫରେନ୍ସ ନମ୍ବର ନିଶ୍ଚିତ ଭାବରେ ପଚାରିନିଅନ୍ତୁ କାରଣ ଏହାକୁ ଅନ୍ୟ କୌଣସି ବ୍ୟକ୍ତିଙ୍କ ସହ ଶେୟାର କରିବ ଉଚିତ ନୁହେଁ। 
  • Contact Centre ଆପଣଙ୍କ କିଛି ଜରୁରୀ ସୂଚନା ନେଇ ଆପଣଙ୍କର ପରିଚୟ ପ୍ରମାଣିତ କରିବ। 
  • ପ୍ରମାଣିତ ହେବାପରେ ନୂଆ ମୋବାଇଲ ନମ୍ବର ସଫଳତା ପୂର୍ବକ ରେଜିଷ୍ଟର ହୋଇଯିବ। ଏହା ସହ ସମ୍ପୃକ୍ତ ଏକ ମେସେଜ ନୂଆ ମୋବାଇଲ ନମ୍ବର ରେ ଆସିଯିବ। 
👉 କିପରି ଦେଖିପାରିବେ Request Status, ଏବଂ କରିପାରିବେ ଏହାକୁ କ୍ୟାନସଲ । 
  • ଯଦି ଆପଣଙ୍କୁ ଆପଣଙ୍କର ରିକ୍ଵେଷ୍ଟ ର ଷ୍ଟାଟସ ଦେଖିବାର ଥିବ କିମ୍ବା cancel କରିବାର ଥିବ ତେବେ ଏଥିପାଇଁ ଆପଣ ଏସବିଆଇ ଖାତା ରେ ଲଗ ଇନ କରନ୍ତୁ। 
  • ପ୍ରୋଫାଇଲ ଟ୍ୟାବ ରେ ଯାଇ ପର୍ଶନାଲ ଡିଟେଲସ ରେ କ୍ଲିକ କରନ୍ତୁ। 
  • ପ୍ରୋଫାଇଲ ପାସୱାର୍ଡ ଭରନ୍ତୁ । ଏଠାରେ ନାଁ, ଇ ମେଲ ଆଇଡି, ଏବଂ ଇଣ୍ଟରନେଟ ବ୍ୟାଂକିଙ୍ଗ ରେ ରେଜିଷ୍ଟର ମୋବାଇଲ ନମ୍ବର ଡିଶପ୍ଲେ ହେବ । 
  • ‘Change Mobile Number-Domestic only (Through OTP/ATM/Contact Centre)’ ଉପରେ କ୍ଲିକ କରନ୍ତୁ। 
  • ଗୋଟେ ନୂଆ ସ୍କ୍ରିନ ଖୋଲିବ ଯାହାର ତିନୋଟି ଟ୍ୟାବ ଥିବ , କ୍ରିଏଟ ରିକ୍ଵେଷ୍ଟ, କ୍ୟାନସଲ ରିକ୍ଵେଷ୍ଟ, ଏବଂ ଷ୍ଟେଟସ।
  • ଯଦି ଷ୍ଟେଟସ ଦେଖିବାର ଥିବ ତେବେ ଷ୍ଟେଟସ ଉପରେ କ୍ଲିକ କରନ୍ତୁ। 

Comments

Popular posts from this blog

୧ ଅପ୍ରେଲ ରୁ ଆୟକର ଭରିବାର ନୂଆ ନିୟମ, ଏବେ ଖସିପାରିବେନି ଟ୍ୟାକ୍ସ ଚୋର।

ହୋଲିରେ ଲାଗିଯାଇଛି କି ଆପଣଙ୍କ ବ୍ୟାଙ୍କ ନୋଟ ରେ ରଙ୍ଗ। ଟେନସନ ନିଅନ୍ତୁନି, ଜାଣନ୍ତୁ କଣ କହୁଛି RBI ର ନିୟମ।

ଆଜି ଠାରୁ ଲାଗୁହେବ INCOME tAX ର ଏହି ନୂଆ ନିୟମ। ଜାଣନ୍ତୁ ପୂର୍ବ ବର୍ଷ ଅପେକ୍ଷା ଏଥିରେ କଣ ହୋଇଛି ପରିବର୍ତନ।