ଆପଣଙ୍କ ପାଖରେ ଥିବା ୨୦୦୦ ଟଙ୍କିଆ ନୋଟ ନକଲି ନୁହେଁ ତ ? କେମିତି କରିବେ ଚେକ।
++
ଭାରତୀୟ ମୁଦ୍ରାରେ ୨୦୦୦ ଟଙ୍କିଆ ନୋଟ ସବୁଠାରୁ ବଡ ନୋଟ। ବଡ ନୋଟ ର ବ୍ୟବହାରରେ ଯେତିକି ସୁବିଧା ଥାଏ, ସେତିକି ମଧ୍ୟ ରହିଥାଏ ରିସ୍କ। କାରଣ ଯଦି ଭୁଲ ବଶତଃ କିମ୍ବା ଅସତର୍କତା କାରଣରୁ ଆପଣଙ୍କ ପାଖକୁ ଚାଲିଆସେ କିଛିଟା ୨୦୦୦ ଟଙ୍କିଆ ନୋଟ, ତେବେ ଚିନ୍ତା କରନ୍ତୁ ଆପଣ କେତେ ବଡ କ୍ଷତିର ସମ୍ମୁଖିନ ହୋଇପାରନ୍ତି। ସେଥିପାଇଁ ଆପଣଙ୍କର ସତର୍କତା ଏବଂ ନୋଟ ବିଷୟରେ ସାମାନ୍ୟ ଜ୍ଞାନ ଆପଣଙ୍କୁ ଏହି କ୍ଷତି ରୁ ରକ୍ଷା କରିପାରିବ।
ତେବେ ଚାଲନ୍ତୁ ଜାଣିବା୨୦୦୦ଟଙ୍କିଆ ନୋଟର ମହତ୍ୱପୂର୍ଣ ଏବଂ ମୁଖ୍ୟ ବିଶେଷତା :-
*. ନୂଆ ନୋଟ ର ପ୍ରମୁଖ ବିଶେଷତା ହେଲା ଏହାର ସାଇଜ। ନୂଆ ନୋଟ ର ସାଇଜ ପୁରୁଣା ନୋଟ ର ତୁଳନା ରେ ଟିକେ ଛୋଟ ଅଟେ, ଯାହାର ସାଇଜ 66mm ×160mm। ଏବଂ ଏହାର ରଙ୍ଗ ମେଯେଣ୍ଟା ବା ଗାଢ ଗୋଲାପି ରଙ୍ଗର ହୋଇଥାଏ।
* 2000 ନୋଟର ସାମନା ଭାଗର ବାମ ପଟେ ସି ଥ୍ରୁ ରେଜିଷ୍ଟର ରେ 2000 ଟଙ୍କା ଲେଖା ଯାଇଛି। ଆଇଡେନଟିଫିକେଶନ ମାର୍କ ର ଉପରେ ଦେଖାଯାଉଥିବା ଫୁଲପରି ଆକୃତିଟି ସି ଥ୍ରୁ ରେଜିଷ୍ଟର ଅଟେ। 2000 ଟଙ୍କିଆ ନୋଟକୁ ଆଲୋକ ସାମ୍ନାରେ ରଖିଲେ ଏହି ଫୁଲପରି ଆକୃତି ବଦଳରେ ଏହାର ଭ୍ୟାଲୁ ଦେଖାଯାଇଥାଏ।
* ଏହି ନୋଟକୁ ଆଖି ସାମ୍ନାରେ 45 ଡିଗ୍ରୀ କୋଣ କରି ଧରିଲେ 2000ଟଙ୍କା ଲେଖା ଥିବା ଲେଟେଣ୍ଟ ଇମେଜ (ଅଦୃଶ୍ୟ ) ଦେଖଯାଇଥାଏ। ଏହା ଗାନ୍ଧୀଜୀଙ୍କ ଫଟୋ ସାଇଡ୍ ରେ ରହିଥାଏ।
* ନୋଟରେ ମହାତ୍ମା ଗାନ୍ଧୀଙ୍କ ପୋଟ୍ରେଟ ଚିତ୍ରିତ ହୋଇଥାଏ। ଯାହା ନୋଟକୁ ସିଧା ଧରିଲେ ଡାହାଣ ପାର୍ଶ୍ଵକୁ ଅନେଇଥିବା ଦେଖାଯାଏ। ବାମ ପାର୍ଶ୍ୱରେ ଆରବିଆଇ ଏବଂ ଦୁଇ ହଜାର ଟଙ୍କା ଛୋଟ ଅକ୍ଷର ରେ ପରିଣତ କରାଯାଇଥାଏ।
* ନୋଟରେ ସିକ୍ୟୁରିଟି ଥ୍ରେଡ଼୍ କୁ ବି ସହଜରେ ଦେଖାଯାଇପାରେ, ଏହାଉପରେ କ୍ରମଶଃ ଭାରତ, ଆରବିଆଇ,2000 ପ୍ରିନ୍ଟେଡ ହୋଇଥାଏ। ନୋଟକୁ ଝୁଲେଇ କରିଦେଖିଲେ ଏହି ଥ୍ରେଡ଼୍ ର ରଙ୍ଗ ଶାଗୁଆ ରଙ୍ଗରୁ ନୀଳ ରଙ୍ଗକୁ ବଦଳିଯାଇଥାଏ।
* ନୋଟର ଦହନ ଭାଗରେ କ୍ଲଜ, ପ୍ରମିଜ କ୍ଲଜ, ଏବଂ ଗଭର୍ନରଙ୍କ ହସ୍ତାକ୍ଷର ଅଙ୍କିତ ହୋଇଥାଏ। ଏହି ଭାଗରେ ଆରବିଆଇର ଚିହ୍ନ ବି ରହିଥାଏ।
*ନୋଟର ତଳୁ ଡାହାଣ ଭାଗରେ ଟଙ୍କାର ଚିହ୍ନ ସହ ନୋଟର ଭ୍ୟାଲ୍ୟୁ ବା 2000 ଲେଖାହୋଇଥାଏ। ଏହାର ସ୍ଵତନ୍ତ୍ରତା ଏହି କି ଏହା କଲର ପ୍ରିଣ୍ଟ ଇମେଜରେ ଲେଖାହୋଇଥାଏ, ଯାହାକୁ କୋଣ କରି ଦେଖିଲେ ଗ୍ରୀନ ରୁ ବ୍ଲୂ ହୋଇଯାଏ।
*ନୋଟର ଉପରୁ ବାମ ପାଖରେ ଏବଂ ତଳୁ ଡାହାଣ ପାର୍ଶ୍ଵରେ ନୋଟର ସିରିଜ ନମ୍ବର ରହିଥାଏ। ପ୍ୟାନେଲରେ ନମ୍ବର ବର୍ଦ୍ଧିକ କ୍ରମରେ ଲେଖା ହୋଇଥାଏ।
*ଦୃଷ୍ଟିହୀନ ବ୍ୟକ୍ତିଙ୍କ ପାଇଁ ନୋଟ କିଛି ଅଂଶ ବିଶେଷ ପ୍ରକାରରେ ଉଠିକି ରହିଥାଏ। ଏଥିରେ ମହାତ୍ମା ଗାନ୍ଧୀଙ୍କ ପୋଟ୍ରେଟ୍, ଅଶୋକ ସ୍ତମ୍ଭ, ବ୍ଲିଡ ଲାଇନ ଏବଂ ଆଇଡେଣ୍ଟିଟି ମାର୍କ ଅନର୍ଭୂକ୍ତ। ନୋଟକୁ ହାଲକା ଭାବରେ ଛୁଇଁଲେ ଏହା ଜଣାପଡିଥାଏ ।
* ଡାହାଣ ପାର୍ଶ୍ୱରେ ଇଲେକଟ୍ରୋ ଟାଇପ ୱାଟରମାର୍କ ରହିଥାଏ। ଡାହାଣ ଭାଗରେ ଆୟତାକାର ଚିହ୍ନ ରହିଥାଏ, ଯାହା ଉପରେ 2000 ଲେଖାଯାଇଥାଏ।
*ନୋଟର ଦୁଇ ପାର୍ଶ୍ୱରେ 7 ଏନଗୁଲାର ବ୍ଲିଡ ଲାଇନ ରହିଛି, ଯାହାକି ନୋଟର ମଝିରୁ ଉପରକୁ ଦୁଇ ସାଇଡରେ ଦେଖାଯାଇଥାଏ।
* ନୋଟର ପଛ ଭାଗରେ ବାମ ପାର୍ଶ୍ୱରେ ପ୍ରିଣ୍ଟିଂ ବର୍ଷ ଲେଖା ହୋଇଥାଏ। ବାମ ଭାଗରେ ସ୍ଵଚ୍ଛ ଭାରତର ଲୋଗୋ ଓ ସ୍ଳୋଗାନ ବି ଲେଖା ହୋଇଥାଏ। ନୋଟର ଏହି ଭାଗରେ ଭଷା ସୂଚୀ ମଧ୍ୟ ରହିଥାଏ।
Comments
Post a Comment