୧ ଅପ୍ରେଲ ରୁ ଆୟକର ଭରିବାର ନୂଆ ନିୟମ, ଏବେ ଖସିପାରିବେନି ଟ୍ୟାକ୍ସ ଚୋର।

 କରୋନା ମହାମାରୀ କାରଣରୁ ବିତ୍ତୀୟବର୍ଷ ୨୦୧୯-୨୦ ର ସଂଶୋଧିତ ବା ବିଳମ୍ବିତ ITR ଭରିବାର ମିୟାଦି ବଢେଇ ଦିଆଯାଇଛି । କେନ୍ଦ୍ରସରକାର ବିତ୍ତବିଧେୟକ ୨୦୨୧ ଆଧାରରେ ନିୟମରେ ପରିବର୍ତନ କରିଛନ୍ତି। ଏହି ନିୟମ ଅନୁସାରେ ଯଦି ଆପଣ ବିଳମ୍ବରେ ଆୟକର ରିଟର୍ଣ୍ଣ ଭରୁଛନ୍ତି ତେବେ ୧ ଅପ୍ରେଲ ୨୦୨୧ ପରଠାରୁ ଅଧିକ ବିଳମ୍ବ ଶୁଳ୍କ ଦେବାକୁ ପଡିବ।
ଚଳିତ ଆୟକର ନିୟମ ଅନୁସାରେ କରଦାତା ଆକଳନ ବର୍ଷ (assessment year) ର ରିଟର୍ଣ୍ଣ ମାର୍ଚ୍ଚ ସୁଦ୍ଧା ଭରିବା ପାଇଁ ସ୍ଵତନ୍ତ୍ର ଥିଲେ। ମାତ୍ର ଏହା ପରଠାରୁ ଡିସେମ୍ବର ମାସ ସୁଦ୍ଧା ଭରିଲେ ୫୦୦୦ ଟଙ୍କା ଶୁଳ୍କ ଏବଂ ପରବର୍ତ୍ତୀ ମାର୍ଚ୍ଚ ଶେଷ ସୁଦ୍ଧା ଭରିବା ଉପରେ ୧୦୦୦୦ ଟଙ୍କାର ଶୁଳ୍କ ଦେବାକୁ ପଡୁଥିଲା। କିନ୍ତୁ ଅପ୍ରେଲ ପରଠାରୁ ଏହି ସୁବିଧା ଶେଷ ହେବାକୁ ଯାଉଛି। କରଦାତାଙ୍କୁ ୧୦୦୦୦ ଟଙ୍କା ଦେଇ ବିତ୍ତବର୍ଷ ର ରିଟର୍ଣ୍ଣ ଭରିବାର ସୁବିଧା ମାର୍ଚ୍ଚ ଯାଏ ଆଉ ରହିବନି , ଏହି ସୁବିଧା ଡିସେମ୍ବର ପରେ ହିଁ ସରିଯିବ। ଏହି ଅବଧି ପର୍ଯନ୍ତ ଶୁଳ୍କ ୫୦୦୦ ଟଙ୍କା ହେବ। ମାତ୍ର ଯଦି ଆପଣଙ୍କ ଆୟ ପାଞ୍ଚ ଲକ୍ଷ ଟଙ୍କା ପର୍ଯନ୍ତ ଅଛି, ତେବେ ଆପଣଙ୍କୁ ୧୦୦୦ ଟଙ୍କା ଶୁଳ୍କ ଦେବାକୁ ହେବ।


କର ବିଶେଷଜ୍ଞଙ୍କ ଅନୁସାରେ ଏହି ପଦକ୍ଷେପ ରିଫଣ୍ଡ ପ୍ରକ୍ରିୟାକୁ ଜଲ୍ଦି ତ୍ଵରାନ୍ୱିତ କରିବା ପାଇଁ ଉଠାଯାଇଛି। ଆୟକର ବିଭାଗ ଏହି ଦିଗରେ କିଛି ପରିବର୍ତନ ମଧ୍ୟ କରିଛନ୍ତି। ଏଥିସହ ବିଭାଗ ଆୟକର ରିଟର୍ଣ୍ଣ ସହ ଆଧାର ନମ୍ବର ନଦେବା ଉପରେ ୧୦୦୦ ଟଙ୍କାର ଜୋରିମାନା ମଧ୍ୟ ଲଗେଇଛନ୍ତି।
ଏଣିକି ଆଉ ଟ୍ୟାକ୍ସ ବଞ୍ଚେଇବା ପାଇଁ କିମ୍ବା ଅନ୍ୟ କାରଣ ଯୋଗୁଁ ସେୟାର ଟ୍ରେଡ଼ିଙ୍ଗ, କିମ୍ବା mutual fund ନିବେଶ ବିବରଣୀ ଆୟକର ବିଭାଗକୁ ନଦେବା ଆପଣଙ୍କୁ ମହଙ୍ଗା ପଡିପାରେ। ଏବେ ଆୟକର ବିଭାଗର ଅଧିକାରୀ ସିଧା ଆପଣଙ୍କର brokrage house, MMC କିମ୍ବା ପୋଷ୍ଟ ଅଫିସରୁ ଏହି ବିଷୟ ରେ ବିବରଣୀ ନେଇପାରିବେ। ଏଥିପାଇଁ କରଦାତାଙ୍କୁ ନିଜ ଆୟ ର ସୋର୍ସ ଏବଂ ନିବେଶ ଉପରେ ବିବରଣୀ ଲୁଚେଇବା କଷ୍ଟକର ହୋଇଯିବ ।

Comments

Popular posts from this blog

ହୋଲିରେ ଲାଗିଯାଇଛି କି ଆପଣଙ୍କ ବ୍ୟାଙ୍କ ନୋଟ ରେ ରଙ୍ଗ। ଟେନସନ ନିଅନ୍ତୁନି, ଜାଣନ୍ତୁ କଣ କହୁଛି RBI ର ନିୟମ।

ଆଜି ଠାରୁ ଲାଗୁହେବ INCOME tAX ର ଏହି ନୂଆ ନିୟମ। ଜାଣନ୍ତୁ ପୂର୍ବ ବର୍ଷ ଅପେକ୍ଷା ଏଥିରେ କଣ ହୋଇଛି ପରିବର୍ତନ।