ହୋଲିରେ ଲାଗିଯାଇଛି କି ଆପଣଙ୍କ ବ୍ୟାଙ୍କ ନୋଟ ରେ ରଙ୍ଗ। ଟେନସନ ନିଅନ୍ତୁନି, ଜାଣନ୍ତୁ କଣ କହୁଛି RBI ର ନିୟମ।

     


            ହୋଲି ଖେଳିବା ସମୟରେ ବେଳେବେଳେ ପକେଟରେ ଥିବା ନୋଟ ଉପରେ ଧ୍ୟାନ ରହେନାହିଁ , ଯାହାଫଳରେ ନୋଟ ରେ ରଙ୍ଗ ଲାଗିଯାଏ କିମ୍ବା ଖରାପ ହୋଇଯାଏ। ରଙ୍ଗଲଗା ନୋଟ ବଜାରରେ ଚାଲିବା ଟିକେ କଷ୍ଟ ହୋଇଯାଏ, କାହିଁକି ନା ପ୍ରାୟ ଦୋକାନରେ ଏହିଭଳି ନୋଟ ନେବାକୁ ମନାକରିଦେଇଥାନ୍ତି। ତେବେ କଣ ହେବ ଯଦି ହୋଲି ଖେଳିବା ସମୟରେ ଆପଣଙ୍କର ବ୍ୟାଙ୍କ ନୋଟ ରେ ରଙ୍ଗ ଲାଗିଯାଏ ତ? କଣ ବ୍ୟାଙ୍କ ନୋଟରେ ଲାଗିଥିବା ରଙ୍ଗ କୁ ଛଡେଇ ହୋଇପାରିବ? ଆଉ ଯଦି ରଙ୍ଗ ନଛାଡ଼େ ତ କଣ ଆପଣଙ୍କ ନୋଟ କୁ ବ୍ୟାଙ୍କ ଆଉ ନେବନି? ତେବେ ଚାଲନ୍ତୁ  ଜାଣିବା ଏଥିପାଇଁ କଣ ଅଛି RBI ର ନିୟମ ।   

ରଙ୍ଗ ଲଗା ନୋଟ କଣ ହେବ ?

         ଭାରତୀୟ ରିଜର୍ଭ ବ୍ୟାଙ୍କ ଅନୁସାରେ, କୌଣସି ବ୍ୟାଙ୍କ ରଙ୍ଗ ଲଗା ନୋଟ ନେବାକୁ ମନା କରିପାରିବେ ନାହିଁ । ମାତ୍ର ଆରବିଆଇ ଏଥି ସହିତ  ଜାଣିଶୁଣି କୌଣସି ନୋଟ କୁ ଖରାପ ନକରିବା ପାଇଁ  ସୁଚାଇ ଦେଇଛନ୍ତି । 

କଣ ରହିଛି RBI ର ନିୟମ। 


         ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ର ନିର୍ଦେଶନାମା ଅନୁସାରେ ଦେଶର ସମସ୍ତ ବ୍ୟାଙ୍କ ପୁରୁଣା, ଫଟା, ଚିରା ନୋଟ କୁ ନେବାକୁ ବାଧ୍ୟ ମାତ୍ର ଏହି ସର୍ତରେ କି ଏହା ନକଲି ନୋଟ ନହୋଇଥିବା ଦରକାର।  ଏଥି ପାଇଁ ଗ୍ରହକଙ୍କୁ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡେ ନାହିଁ । 
       ମାତ୍ର ଆରବିଆଇ ଦ୍ଵାରା ଜାରି ନିୟମ ମୁତାବିକ,  ଯଦି କୌଣସି ନୋଟ ବହୁତ ଖରାପ ହୋଇଯାଇଥାଏ, କିମ୍ବା ବହୁତ ଜଳିଯାଇଥିବ, ବା ଛୋଟ ଛୋଟ ଖଣ୍ଡ ହୋଇଯାଇଥିବ, ନୋଟ ପରସ୍ପର ଯୋଡ଼ିହୋଇଯାଇଥିବ ଯାହାକୁ ସାମାନ୍ୟ ଭାବରେ ବ୍ୟବହାର କରାଯାଇପାରୁନଥିବ, ତେବେ ଏଭଳି ନୋଟ କୁ କୌଣସି ବ୍ୟାଙ୍କ ନବଦଳେଇବା ପାଇଁ ନିର୍ଦେଶ ରହିଥାଏ। ଏବଂ ଯଦି ବ୍ୟାଙ୍କ ଅଧିକାରୀଙ୍କୁ ଲାଗେ କି ଆପଣ ଜାଣିଶୁଣି ନୋଟ କୁ ଫାଡିଛନ୍ତି କିମ୍ବା ନଷ୍ଟ କରିଛନ୍ତି ତେବେ ସେହି ପରିସ୍ଥିତି ରେ ବ୍ୟାଙ୍କ ନୋଟ ବଦଳେଇବାକୁ ମନା କରିପାରେ । 
ଫାଟିଯାଇଥିବା ନୋଟ ବଦଳେଇଲେ କେତେ ଟଙ୍କା ଆପଣ ଫେରସ୍ତ ପାଇପାରିବେ। 

       ଏହା ନିର୍ଭର କରେ କି ନୋଟ କେତେ ଟଙ୍କାର ଏବଂ ଏହା କେତେ ଫାଟି ଯାଇଛି। ଯେପରିକି ୨୦୦୦ ଟଙ୍କିଆ ନୋଟର ୮୮ ବର୍ଗ ସେଣ୍ଟିମିଟର ଭଲ ଥିଲେ ପୁର ଟଙ୍କା ଫେରସ୍ତ ମିଳିବ। ମାତ୍ର ୪୪ ବର୍ଗ ସେଣ୍ଟିମିଟର ଭଲ ଥିଲେ ଅଧା ଦାମ ହିଁ ଫେରସ୍ତ ମିଳିଥାଏ। ସେହିପରି ୨୦୦ ଟଙ୍କିଆ ଫଟା ନୋଟର ୭୮ ବର୍ଗ ସେଣ୍ଟିମିଟର ଭାଗ ଦେବା ଉପରେ ପୁର ଟଙ୍କା ମିଳିଥାଏ, କିନ୍ତୁ ୩୯ ବର୍ଗ ସେଣ୍ଟିମିଟର ଥିଲେ ଅଧା ଟଙ୍କା ଫେରସ୍ତ ମିଳେ। 
         

Comments

Popular posts from this blog

୧ ଅପ୍ରେଲ ରୁ ଆୟକର ଭରିବାର ନୂଆ ନିୟମ, ଏବେ ଖସିପାରିବେନି ଟ୍ୟାକ୍ସ ଚୋର।

ଆଜି ଠାରୁ ଲାଗୁହେବ INCOME tAX ର ଏହି ନୂଆ ନିୟମ। ଜାଣନ୍ତୁ ପୂର୍ବ ବର୍ଷ ଅପେକ୍ଷା ଏଥିରେ କଣ ହୋଇଛି ପରିବର୍ତନ।