ଆଜି ଠାରୁ ଲାଗୁହେବ INCOME tAX ର ଏହି ନୂଆ ନିୟମ। ଜାଣନ୍ତୁ ପୂର୍ବ ବର୍ଷ ଅପେକ୍ଷା ଏଥିରେ କଣ ହୋଇଛି ପରିବର୍ତନ।

 






ପ୍ରତ୍ୟକ ବିତ୍ତୀୟ ବର୍ଷ ଆପ୍ରେଲ ୧ ରୁ ଆରମ୍ଭ ହୋଇଥାଏ ଏବଂ ପ୍ରତି ବର୍ଷ ର ବିତ୍ତୀୟ ଯୋଜନାରେ ପୂର୍ବ ବର୍ଷ ଅପେକ୍ଷା କିଛି ନା  କିଛି ପରିବର୍ତନ ହୋଇଥାଏ। ଏହି ବର୍ଷ କେନ୍ଦ୍ରୀୟ ବିତ୍ତ ମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ରୀୟ ବଜେଟ ୨୦୨୧(Budget-2021) ପାରିତ କରି ଏଥିରେ ହୋଇଥିବା ପରିବର୍ତନ ବିଷୟରେ ଘୋଷଣା କରିଥିଲେ। ଏହି ପରିବର୍ତନ ଆଜି ଠାରୁ ଲାଗୁ ହେବାକୁ ଯାଉଛି, ଯାହାର ସିଧା ପ୍ରଭାବ ସାଧାରଣ ଜନତାଙ୍କ ଉପରେ ମଧ୍ୟ ପଡିବ। ତେବେ ଚାଲନ୍ତୁ  ଜାଣିବା କଣ ହେଇଛି ଏହି ବିତ୍ତୀୟ ବର୍ଷ ରେ ପରିବର୍ତନ

      ୧. ITR ଫାଇଲିଂ ଉପରେ ରହିବ ଅଧିକ ଗୁରୁତ୍ଵ :- କେନ୍ଦ୍ର ସରକାର ଏଥର ଇନକମ ଟ୍ୟାକ୍ସ ଆକ୍ଟ ରେ ସେକ୍ସନ 206AB କୁ ଯୋଡି ଦେଇଛନ୍ତି। ଏହି ନୂଆ ନିୟମ ଅନୁସାରେ ଯଦି କେହି  ITR ଫାଇଲିଂ କରୁନାହାନ୍ତି, ତେବେ ତାଙ୍କୁ ଦୁଇ ଗୁଣ ଅଧିକ TDS ଦେବାକୁ ପଡିବ। 

   ୨. ନୂଆ କର ବ୍ୟବସ୍ଥା ବାଛିବାର ବିକଳ୍ପ(New Income Tax Regime) :-  ଗତ ବର୍ଷ ବଜେଟ ୨୦୨୦ ରେ କେନ୍ଦ୍ର ସରକାର ନୂଆ କର ବ୍ୟବସ୍ଥା ପ୍ରଣୟନ କରିଥିଲେ ଯାହା 1ଅପ୍ରେଲ ରୁ ଆରମ୍ଭ ହେଉଥିବା ଏହି ନୂଆ ବିତ୍ତବର୍ଷ ରୁ ପ୍ରଭାବୀ ହୋଇଯିବ।  ନୂଆ କର ବ୍ୟବସ୍ଥା ରେ କୌଣସି ଛାଡ ମିଳିବ ନାହିଁ। ମାତ୍ର କରଦାତା ଙ୍କ ପାଖରେ ପୁରୁଣା କର ବ୍ୟବସ୍ଥା ଅନୁସାରେ କର ଦେବାର ବିକଳ୍ପ ମଧ୍ୟ ରହିଅଛି। ଜାଣିରଖିବା ଆବଶ୍ୟକ ଯେ ନୂଆ କର ପ୍ରସ୍ତାବ ଅନୁସାରେ ବାର୍ଷିକ 5 ଲକ୍ଷ ଟଙ୍କା ପର୍ଯନ୍ତ ଆୟ ଉପରେ କୌଣସି କର ଦେବାକୁ ପଡିବ ନାହିଁ । 

୩. ୭୫ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଙ୍କୁ ମିଳିବ ଟ୍ୟାକ୍ସ ରୁ ଆଶ୍ୱସ୍ତି :-  ଗତ ବଜେଟ ରେ ବିତ୍ତମନ୍ତ୍ରୀ ଘୋଷଣା କରିଥିଲେ ଯେ ୭୫ବର୍ଷରୁ ଅଧିକ ଆୟୁର ବ୍ୟକ୍ତିବିଶେଷ ଙ୍କୁ ଟ୍ୟାକ୍ସ ରୁ ଆଶ୍ଵସ୍ଥି ମିଳିବ। ମାତ୍ର ଏହି ଛାଡ ସେହି ବୟସ୍କ ବ୍ୟକ୍ତିବିଶେଷଙ୍କ ପାଇଁ ଲାଗୁ ହେବ ଯେଉଁମାନେ କେବଳ ପେନସନ କିମ୍ବା ଫିକ୍ସଡ ଡିପୋଜିଟରୁ ମିଳୁଥିବା ସୁଧ ଉପରେ ଆଶ୍ରିତ ଥିବେ। 


୪. ପିଏଫ(Providend Fund) କର ନିୟମ:-
ବିତ୍ତମନ୍ତ୍ରୀ ସୀତାରମଣ ବଜେଟ ରେ ଘୋଷଣା କରିଥିଲେ ଯେ ପିଏଫ ଆକାଉଣ୍ଟ ରେ ବାର୍ଷିକ ୨.୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ନିବେଶ ଉପରେ ବାହାରୁଥିବା ସୁଧ ଟ୍ୟାକ୍ସ ର ପରିସୀମା ଭିତରକୁ ଆସିବ। ଏହା ଅର୍ଥ ଯଦି ଆପଣ ବାର୍ଷିକ ପ୍ରୋଭିଡେଣ୍ଟ  ଫଣ୍ଡରେ ୨.୫ ଲକ୍ଷ ଟଙ୍କା ପର୍ଯନ୍ତ ନିବେଶ କରୁଛନ୍ତି ତେବେ ଆପଣଙ୍କୁ ଟ୍ୟାକ୍ସ ଛାଡ଼ ର ଲାଭ ମିଳିପାରିବ। ଏହା କେବଳ ଏମ୍ପ୍ଲଇ ମାନଙ୍କର ଯୋଗଦାନ ଉପରେ ଲାଗୁ ହେବ, ଏମ୍ପ୍ଲୟର ଙ୍କ ଯୋଗଦାନ ଉପରେ ନୁହେଁ। ଏହା ପୂର୍ବରୁ ପିଏଫ ରୁ ମିଳୁଥିବା ସୁଧ ଟ୍ୟାକ୍ସ ପରିସର ରୁ ବାହାରେ ଥିଲା। 

୫. ପୂର୍ବରୁ ଭରା ଯାଇଥିବା ITR ଫର୍ମ:-  ବ୍ୟକ୍ତିଗତ ଟ୍ୟାକ୍ସ ପେୟର ଙ୍କୁ ପୂର୍ବରୁ ଭରା ଯାଇଥିବା ଆୟକର ରିଟର୍ଣ୍ଣ ଦିଆଯିବ। ଟ୍ୟାକ୍ସ ପେୟର ଙ୍କ ଅନୁପାଳନ କୁ ସୁବିଧା କରିବା ପାଇଁ, ପୂର୍ବରୁ ଆୟକର ରିଟର୍ଣ୍ଣରେ ଦରମା ଆୟ, କର ପୈଠ, ଟିଡିଏସ , ପରି ଡିଟେଲସ  ପୂର୍ବରୁ ଭାର ଯାଇଥିବ । ରିଟର୍ଣ୍ଣ ଦାଖଲ କରିବାରେ ସୁବିଧା ପାଇଁ ଲିସଟେଡ ସଇକ୍ୟୁରିଟୀଜ ରୁ କ୍ୟାପିଟାଲ ଗେନ, ଡିଭିଡେନ୍ଡ ଇନକମ, ଆଉ ବ୍ୟାଙ୍କ ଏବଂ ଡାକଘରୁ ମିଳୁଥିବା ସୁଧ ଆଦି ଡିଟେଲସ ପୂର୍ବରୁ ଭରିବାକୁ ହେବ। 

Comments

Popular posts from this blog

୧ ଅପ୍ରେଲ ରୁ ଆୟକର ଭରିବାର ନୂଆ ନିୟମ, ଏବେ ଖସିପାରିବେନି ଟ୍ୟାକ୍ସ ଚୋର।

ହୋଲିରେ ଲାଗିଯାଇଛି କି ଆପଣଙ୍କ ବ୍ୟାଙ୍କ ନୋଟ ରେ ରଙ୍ଗ। ଟେନସନ ନିଅନ୍ତୁନି, ଜାଣନ୍ତୁ କଣ କହୁଛି RBI ର ନିୟମ।