Posts

Showing posts from March, 2021

ହୋଲିରେ ଲାଗିଯାଇଛି କି ଆପଣଙ୍କ ବ୍ୟାଙ୍କ ନୋଟ ରେ ରଙ୍ଗ। ଟେନସନ ନିଅନ୍ତୁନି, ଜାଣନ୍ତୁ କଣ କହୁଛି RBI ର ନିୟମ।

Image
                  ହୋ ଲି ଖେଳିବା ସମୟରେ ବେଳେବେଳେ ପକେଟରେ ଥିବା ନୋଟ ଉପରେ ଧ୍ୟାନ ରହେନାହିଁ , ଯାହାଫଳରେ ନୋଟ ରେ ରଙ୍ଗ ଲାଗିଯାଏ କିମ୍ବା ଖରାପ ହୋଇଯାଏ। ରଙ୍ଗଲଗା ନୋଟ ବଜାରରେ ଚାଲିବା ଟିକେ କଷ୍ଟ ହୋଇଯାଏ, କାହିଁକି ନା ପ୍ରାୟ ଦୋକାନରେ ଏହିଭଳି ନୋଟ ନେବାକୁ ମନାକରିଦେଇଥାନ୍ତି। ତେବେ କଣ ହେବ ଯଦି ହୋଲି ଖେଳିବା ସମୟରେ ଆପଣଙ୍କର ବ୍ୟାଙ୍କ ନୋଟ ରେ ରଙ୍ଗ ଲାଗିଯାଏ ତ? କଣ ବ୍ୟାଙ୍କ ନୋଟରେ ଲାଗିଥିବା ରଙ୍ଗ କୁ ଛଡେଇ ହୋଇପାରିବ? ଆଉ ଯଦି ରଙ୍ଗ ନଛାଡ଼େ ତ କଣ ଆପଣଙ୍କ ନୋଟ କୁ ବ୍ୟାଙ୍କ ଆଉ ନେବନି? ତେବେ ଚାଲନ୍ତୁ  ଜାଣିବା ଏଥିପାଇଁ କଣ ଅଛି RBI ର ନିୟମ ।    ରଙ୍ଗ ଲଗା ନୋଟ କଣ ହେବ ?           ଭାରତୀୟ ରିଜର୍ଭ   ବ୍ୟାଙ୍କ ଅନୁସାରେ, କୌଣସି ବ୍ୟାଙ୍କ ରଙ୍ଗ ଲଗା ନୋଟ ନେବାକୁ ମନା କରିପାରିବେ ନାହିଁ । ମାତ୍ର ଆରବିଆଇ ଏଥି ସହିତ  ଜାଣିଶୁଣି କୌଣସି ନୋଟ କୁ ଖରାପ ନକରିବା ପାଇଁ  ସୁଚାଇ ଦେଇଛନ୍ତି ।  କଣ ରହିଛି RBI ର ନିୟମ।            ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ର ନିର୍ଦେଶନାମା ଅନୁସାରେ ଦେଶର ସମସ୍ତ ବ୍ୟାଙ୍କ ପୁରୁଣା, ଫଟା, ଚିରା ନୋଟ କୁ ନେବାକୁ ବାଧ୍ୟ ମାତ୍ର ଏହି ସର୍ତରେ କି ଏହା ନକଲି ନୋଟ ନହୋଇଥିବା ଦରକାର।  ଏଥି ...

୧ ଅପ୍ରେଲ ରୁ ଆୟକର ଭରିବାର ନୂଆ ନିୟମ, ଏବେ ଖସିପାରିବେନି ଟ୍ୟାକ୍ସ ଚୋର।

Image
 କରୋନା ମହାମାରୀ କାରଣରୁ ବିତ୍ତୀୟବର୍ଷ ୨୦୧୯-୨୦ ର ସଂଶୋଧିତ ବା ବିଳମ୍ବିତ ITR ଭରିବାର ମିୟାଦି ବଢେଇ ଦିଆଯାଇଛି ।   କେନ୍ଦ୍ରସରକାର ବିତ୍ତବିଧେୟକ ୨୦୨୧ ଆଧାରରେ ନିୟମରେ ପରିବର୍ତନ କରିଛନ୍ତି। ଏହି ନିୟମ ଅନୁସାରେ ଯଦି ଆପଣ ବିଳମ୍ବରେ ଆୟକର  ରିଟର୍ଣ୍ଣ ଭରୁଛନ୍ତି ତେବେ ୧ ଅପ୍ରେଲ ୨୦୨୧ ପରଠାରୁ ଅଧିକ ବିଳମ୍ବ ଶୁଳ୍କ ଦେବାକୁ ପଡିବ। ଚଳିତ ଆୟକର ନିୟମ ଅନୁସାରେ କରଦାତା ଆକଳନ ବର୍ଷ (assessme nt year) ର ରିଟର୍ଣ୍ଣ ମାର୍ଚ୍ଚ ସୁଦ୍ଧା ଭରିବା ପାଇଁ ସ୍ଵତନ୍ତ୍ର ଥିଲେ। ମାତ୍ର ଏହା ପରଠାରୁ ଡିସେମ୍ବର ମାସ ସୁଦ୍ଧା ଭରିଲେ ୫୦୦୦ ଟଙ୍କା ଶୁଳ୍କ ଏବଂ ପରବର୍ତ୍ତୀ ମାର୍ଚ୍ଚ ଶେଷ ସୁଦ୍ଧା ଭରିବା ଉପରେ ୧୦୦୦୦ ଟଙ୍କାର ଶୁଳ୍କ ଦେବାକୁ ପଡୁଥିଲା। କିନ୍ତୁ ଅପ୍ରେଲ ପରଠାରୁ ଏହି ସୁବିଧା ଶେଷ ହେବାକୁ ଯାଉଛି। କରଦାତାଙ୍କୁ ୧୦୦୦୦ ଟଙ୍କା ଦେଇ ବିତ୍ତବର୍ଷ ର ରିଟର୍ଣ୍ଣ ଭରିବାର ସୁବିଧା ମାର୍ଚ୍ଚ ଯାଏ ଆଉ ରହିବନି , ଏହି ସୁବିଧା ଡିସେମ୍ବର ପରେ ହିଁ ସରିଯିବ। ଏହି ଅବଧି ପର୍ଯନ୍ତ ଶୁଳ୍କ ୫୦୦୦ ଟଙ୍କା ହେବ। ମାତ୍ର ଯଦି ଆପଣଙ୍କ ଆୟ ପାଞ୍ଚ ଲକ୍ଷ ଟଙ୍କା ପର୍ଯନ୍ତ ଅଛି, ତେବେ ଆପଣଙ୍କୁ ୧୦୦୦ ଟଙ୍କା ଶୁଳ୍କ ଦେବାକୁ ହେବ। କର ବିଶେଷଜ୍ଞଙ୍କ ଅନୁସାରେ ଏହି ପଦକ୍ଷେପ ରିଫଣ୍ଡ ପ୍ରକ୍ରିୟାକୁ ଜଲ୍ଦି ତ୍ଵରାନ୍ୱିତ କରିବା ପାଇଁ ଉଠାଯାଇଛି। ଆୟକର ବିଭାଗ ଏହି ଦିଗରେ କିଛି ପରିବର୍ତନ ମଧ...