Posts

Showing posts from May, 2021

ଏବେ ଘରେ ବସି ବଦଳାନ୍ତୁ ଆପଣଙ୍କ SBI ବ୍ୟାଙ୍କ ଖାତାରୁ ରେଜିଷ୍ଟର ହୋଇଥିବା ମୋବାଇଲ ନମ୍ବର, ଏଠାରେ ଦେଖନ୍ତୁ ସ୍ଟେପ୍ ବାଇ ସ୍ଟେପ୍ ପୁରା ପ୍ରୋସେସ ।

Image
  ଆ ପଣ ଯଦି ଜଣେ SBI ଗ୍ରାହକ ତେବେ ଆପଣଙ୍କୁ ଆଉ ଆପଣଙ୍କର  ରେଜିଷ୍ଟର ମୋବାଇଲ ନମ୍ବର ବଦଳେଇବାକୁ ଘରୁ ବାହାରି ବ୍ୟାଙ୍କ ଶାଖା କୁ ଯିବା ଆବଶ୍ୟକ ନାହିଁ। ଆପଣ ଘରେ ବସି ଆପଣଙ୍କର ମୋବାଇଲ କିମ୍ବା ଲ୍ୟାପଟପ ଜରିଆରେ ବଦଳେଇପାରିବେ ଆପଣଙ୍କର ରେଜିଷ୍ଟର ମୋବାଇଲ ନମ୍ବର। କରୋନା ମହାମାରୀର ଦ୍ଵିତୀୟ ଲହର ଅତ୍ୟନ୍ତ ବିପଦଜନକ ସାବ୍ୟସ୍ତ ହେଉଛି, ସେଥିପାଇଁ ଲୋକମାନେ ଘରୁ ବାହାରକୁ ବହୁତ କମ ବାହାରିବାକୁ ଚାହୁଁଛନ୍ତି। ଏହାକୁ ଦୃଷ୍ଟିରେ ରଖି SBI ନିଜର ଗ୍ରାହକଙ୍କୁ ଅନଲାଇନ ଜରିଆରେ ନିଜର ସେବାଗୁଡିକୁ ଯୋଗାଇଦେଉଛି ।  ତେବେ ଚାଲନ୍ତୁ ପୁରା ସ୍ଟେପ୍ ୱାଇଜ ଜାଣିବା ଆପଣ କିପରି ବିନା ଘରୁ ବାହାରି ପାର୍ଶନାଲ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଜରିଆରେ ବଦଳେଇପାରିବେ ଆପଣଙ୍କ ଖାତାର ରେଜିଷ୍ଟର ମୋବାଇଲ ନମ୍ବରକୁ।     👉 ନୂଆ ମୋବାଇଲ ନମ୍ବରକୁ ରେଜିଷ୍ଟର କରିବାର ସ୍ଟେପ୍ ୱାଇଜ ପ୍ରୋସେସ ।  ଆପଣଙ୍କ SBI ଖାତାରେ ଲଗ ଇନ କରନ୍ତୁ।   ପ୍ରୋଫାଇଲ ଟ୍ୟାବକୁ ଯାଇ ପର୍ଶନାଲ ଡିଟେଲସ ଉପରେ କ୍ଲିକ କରନ୍ତୁ।  ପ୍ରୋଫାଇଲ ପାସୱାର୍ଡ ଭରନ୍ତୁ। ଏଠାରେ ଆପଣଙ୍କର ନାମ, ଇ-ମେଲ ଆଇଡି, ଆଉ ଇଣ୍ଟର୍ନେଟ ବ୍ୟାଂକିଙ୍ଗ ରେ ରେଜିଷ୍ଟର ମୋବାଇଲ ନମ୍ବର ଡ଼ିସପ୍ଲେ ହେବ।   'Change Mobile Number-Domestic only (Through OTP/ATM/Contact Centre)' ଉପରେ କ୍ଲିକ କରନ୍ତୁ।...